ନୂଆଦିଲ୍ଲୀ: ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡାନାଲ୍ଡ ଟ୍ରମ୍ପ। ନିକଟରେ ଟ୍ରମ୍ପଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଟ୍ରମ୍ପ ନୂଆ ହେୟାର ଷ୍ଟାଇଲରେ ଦେଖାଯାଇଛନ୍ତି। 

ଏହି ଭିଡିଓରେ ଫ୍ଲୋରିଡାର ୱେଷ୍ଟ ପ୍ଲାମ ବିଚରେ ଟ୍ରମ୍ପଙ୍କ ମାଲିକାନାରେ ଥିବା ଟ୍ରମ୍ପ ଇଣ୍ଟରନେସନାଲ ଗୋଲ୍ଡ କ୍ଲବରେ ଟ୍ରମ୍ପ ନିଜର ନୂଆ ହେୟାର ଷ୍ଟାଇଲରେ ବାହାରକୁ ଆସୁଥିବା ଦେଖାଯାଇଛି।




ଏହି ଭିଡିଓ ସୋଶିଆଲ ମିଡିଆରେ ଅପଲୋଡ ହେବା ପରେ ଲାକ୍ଷାଧିକ ଲୋକ ଏହାକୁ ଦେଖିବା ସହ ଏହା ଉପରେ ବିଭିନ୍ନ କମେଣ୍ଟ ଦେଇଛନ୍ତି। ସୂଚନା ଥାଉକି ଚଲିତ ଥର ଆମେରିକାରେ ହୋଇଥିବା ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚନ ହୋଇଛନ୍ତି। ସେ ଆସନ୍ତା ୨୦୨୫ ମସିହୀ ଜାନୁଆରି ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ। 

ରାଷ୍ଟ୍ରପତି ପଦ ପାଇଁ ମୋଟ ୨୭୦ଟି ଇଲେକ୍ଟୋରାଲ ଭୋଟ ଦରକାର ଥିବା ବେଳେ ଟ୍ରମ୍ପ ୨୯୫ଟି ଇଲୋକ୍ଟୋରାଲ ଭୋଟ ପାଇଛନ୍ତି। ତାଙ୍କ ପ୍ରତିନ୍ଦ୍ୱନ୍ଦୀ ଡେମୋକ୍ରାଟିକ ଦଳର କମଳା ହ୍ୟାରିସ ମୋଟ ୨୨୬ଟି ଇଲେକ୍ଟୋରାଲ ଭୋଟ ପାଇଛନ୍ତି। 

ଆମେରିକା ନିର୍ବାଚନୀ ଇତିହାସର ଗତ ଶହେ ବର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ରାଷ୍ଟପତି ଯିଏ ଲଗାତର ଦୁଇଥର ନିର୍ବାଚନ ଜିତି ନାହାନ୍ତି। ପ୍ରଥମେ ୨୦୧୭ ମସିହାରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ। ଏହାପରେ ସେ ୨୦୨୧ର ରାଷ୍ଟ୍ରପତି ନିର୍ବାଚନ ହାରିଯାଇଥିଲେ। ଏବେ ପୁଣି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିଛନ୍ତି। ଯାହା ବିଗତ ଶହେବର୍ଷ ମଧ୍ୟରେ କେହି କରିନଥିଲେ। ୧୮୯୨ ମସିହାରେ ଗ୍ରୋଭର କ୍ଲେଭଲାଣ୍ଡ ଏହି ସଫଳତା ପାଇଥଲେ। ୭୮ ବର୍ଷ ବୟସରେ ଦ୍ୱିତୀୟ ନିର୍ବାଚନ ହାରି ତୃତୀୟ ନିର୍ବାଚନ ଜିତିଥିବା ସେ ଆମେରିକାର ପ୍ରଥମ ରାଜନୈତିକ ନେତା ଭାବେ ନିର୍ବାଚିତ ହୋଇଛନ୍ତି।